ସୂର୍ଯ୍ୟ ଅସ୍ତ ହେବାକୁ ଆରମ୍ଭ କଲାବେଳେ ନବଲଗଭନ ଗାଁର ଉଭୟ ଯୁବକ ଓ ବୟସ୍କ ସ୍କୁଲ ଖେଳପଡ଼ିଆ ଅଭିମୁଖେ ଯାଆନ୍ତି। ପଡ଼ିଆକୁ ସଫା କରିବା, ପଥର ଓ ଆବର୍ଜନାକୁ ହଟାଇବା, ସୀମାରେଖାକୁ ଚୂନ ପାଉଡ଼ରରେ ଚିହ୍ନଟ କରିବା ଏବଂ ଫ୍ଲଡଲାଇଟ୍ ଯାଂଚ କରିବାରେ ବ୍ୟସ୍ତ ହୋଇଯାଆନ୍ତି।

୮ରୁ ୧୬ ବର୍ଷ ବୟସର ପିଲାମାନେ ସେମାନଙ୍କ ନୀଳ ରଙ୍ଗର ଜର୍ସି ପିନ୍ଧି ପ୍ରସ୍ତୁତ ହୋଇଯାଆନ୍ତି ଏବଂ ୭ ଜଣିଆ ଟିମ୍‌ରେ ବିଭକ୍ତ ହୋଇଯାଆନ୍ତି।

କବାଡ଼ି! କବାଡ଼ି! କବାଡ଼ି!

ଖେଳ ଆରମ୍ଭ ହୁଏ ଏବଂ ସନ୍ଧ୍ୟାର ବାକି ସମୟ ଓ ରାତିର କିଛି ସମୟ ପର୍ଯ୍ୟନ୍ତ ଖେଳାଳିଙ୍କ ଉତ୍ସାହଜନକ ଚିତ୍କାର ବାତାବରଣରେ ଗୁଂଜରିତ ହୁଏ, କାରଣ ଏହି ଜାତୀୟ ଖେଳ ଜୋରଦାର ଖେଳାଯାଏ, ଯାହାକୁ ମରାଠାୱାଡ଼ାର ହିଙ୍ଗୋଲୀ ଜିଲ୍ଲାର ଗାଁଗୁଡ଼ିକର ପରିବାର ଓ ବନ୍ଧୁବାନ୍ଧବ ଦେଖିଥାନ୍ତି।

ନିଜ ନିଶ୍ୱାସକୁ ଅଟକାଇ ଜଣେ ଖେଳାଳି କୋର୍ଟର ବିପକ୍ଷ ଦଳର ପାର୍ଶ୍ୱକୁ ଯାଇଥାନ୍ତି ଏବଂ ନିଜ ପଟକୁ ଫେରିବା ପୂର୍ବରୁ ଅଧିକରୁ ଅଧିକ ଖେଳାଳି ଛୁଇଁ ଆଉଟ୍ କରିବା ପାଇଁ ପ୍ରୟାସ କରିଥାନ୍ତି। ନିଜ ପଟକୁ ଫେରି ଆସିବା ପର୍ଯ୍ୟନ୍ତ ‘କବାଡ଼ି’ର ନାରା ଦେବା ବନ୍ଦ କରିପାରିବେ ନାହିଁ। ଯଦି ତାଙ୍କୁ ବିପକ୍ଷ ଦଳ ଧରିନିଅନ୍ତି, ସେ ଖେଳରୁ ବାଦ ପଡ଼ନ୍ତି।

କବାଡ଼ି ଖେଳ ଦେଖନ୍ତୁ!

ନବଲଗଭନର ଖେଳାଳିମାନେ ସାଧାରଣ ପୃଷ୍ଠଭୂମିରୁ ଆସିଥାନ୍ତି ଏବଂ ସେମାନେ ମୁଖ୍ୟତଃ ମରାଠା ସମୁଦାୟର। ଜୀବନ ଜୀବିକା ପାଇଁ ଚାଷ ଉପରେ ନିର୍ଭର କରନ୍ତି

ଦୁଇ ପ୍ରମୁଖ ଖେଳାଳି ଶୁଭମ୍ କୋର୍ଡେ ଓ କାନବା କୋର୍ଡେଙ୍କୁ ସମସ୍ତେ ଦେଖୁଛନ୍ତି। ପ୍ରତିପକ୍ଷ ଦଳ ମଧ୍ୟ ସେମାନଙ୍କୁ ଭୟ କରନ୍ତି। ଭିଡ଼ ଭିତରୁ ଜଣେ ଆମକୁ କହିଲେ, “ସେମାନେ ଏପରି ଖେଳନ୍ତି ଯେପରି କାବାଡ଼ି ସେମାନଙ୍କ ଶିରା-ପ୍ରଶିରାରେ ପ୍ରବାହିତ ହେଉଛି’’ A।

ଶୁଭମ୍ ଏବଂ କାନବା ନିଜ ଦଳ ପାଇଁ ମ୍ୟାଚ୍ ଜିତନ୍ତି। ସମସ୍ତେ ଏକାଠି ବସନ୍ତି। ଖେଳ ସଂପର୍କରେ ବିସ୍ତୃତ ଆଲୋଚନା ହୁଏ ଏବଂ ପରଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯାଏ। ଏହାପରେ ଖେଳାଳିମାନେ ଘରକୁ ଯାଆନ୍ତି।

ମହାରାଷ୍ଟ୍ରର ନବଲଗଭନ ଗାଁର ଏହା ହେଉଛି ନିତିଦିନିଆ କାମ। “ଆମ ଗାଁରେ କବାଡ଼ି ଖେଳିବାର ଏକ ଦୀର୍ଘ ପରମ୍ପରା ରହିଛି। ଅନେକ ପିଢ଼ି ଏହି ଖେଳ ଖେଳିଛନ୍ତି ଏବଂ ପ୍ରତି ଘରୁ ଆଜି ବି ଆପଣ ଅତି କମ୍‌ରେ ଜଣେ ଖେଳାଳି ପାଇବେ।” ଏପରି କୁହନ୍ତି ମରୋଟିରାଓ କୋର୍ଡେ। ସେ ହେଉଛନ୍ତି ଗାଁର ସରପଞ୍ଚ। “ନବଲଗଭନର ପିଲାମାନେ ଦିନେ ବଡ଼ ସ୍ଥାନରେ ଖେଳିବେ, ତାହା ହେଉଛି ଆମର ସ୍ୱପ୍ନ।”

ଅନେକ ଶତାବ୍ଦୀ ଧରି ଭାରତୀୟ ଉପମହାଦେଶରେ କବାଡ଼ି ଖେଳା ଯାଉଥିଲା। ୧୯୧୮ ମସିହାରେ ଏହି ଖେଳ ଜାତୀୟ ଖେଳର ମାନ୍ୟତା ପାଇଥିଲା। ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଲା। ୨୦୧୪ରେ ପ୍ରୋ-କବାଡ଼ି ଲିଗ୍ ଆରମ୍ଭ ହେବା ସହିତ ପୁନଃ ଲୋକପ୍ରିୟତା ହାସଲ କରିଛି।

ଗାଁର ଏହି ଖେଳାଳିମାନେ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ଅଳ୍ପ କିଛି ପରିବାରକୁ ଛାଡ଼ିଦେଲେ ଅଧିକାଂଶ ବାସିନ୍ଦା ମରାଠା ସମୁଦାୟର ଏବଂ ସେମାନଙ୍କ ଜୀବନ ଜୀବିକା ଚାଷ ଉପରେ ନିର୍ଭରଶୀଳ। ଏହି ଅଞ୍ଚଳରେ ନାଲି ଲାଟେରାଇଟ ମାଟି ସହିତ ସ୍ଥାନେ ସ୍ଥାନେ ପଥୁରିଆ କ୍ଷେତ୍ର ଦେଖିବାକୁ ମିଳେ।

Left: Shubham and Kanba Korde won the first and second prize for best players in the Matrutva Sanman Kabaddi tournament in 2024.
PHOTO • Pooja Yeola
Right: Trophies and awards won by kabaddi players from Navalgavhan
PHOTO • Pooja Yeola

ବାମ: ଶୁଭମ୍ ଓ କାନବା କୋର୍ଡେ ୨୦୨୪ରେ ଅନୁଷ୍ଠିତ ମାତୃତ୍ୱ ସମ୍ମାନ କବାଡ଼ି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ଭାବେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଜିତିଛନ୍ତି। ଡାହାଣ: ନବଲଗଭନର ଖେଳାଳିମାନେ ଟ୍ରଫି ଓ ପୁରସ୍କାର ହାସଲ କରିଛନ୍ତି

Left: Kabaddi has been played in the Indian subcontinent for many centuries. The Pro-Kabaddi league started in 2014 has helped popularise the game.
PHOTO • Nikhil Borude
Right: Players sit down after practice to discuss the game
PHOTO • Pooja Yeola

ବାମ: ଅନେକ ଶତାବ୍ଦୀ ଧରି ଭାରତୀୟ ଉପମହାଦେଶରେ କବାଡ଼ି ଖେଳ ହୋଇଆସୁଛି। ୨୦୧୪ରେ ଆରମ୍ଭ ହୋଇଥିବା ପ୍ରୋ-କବାଡ଼ି ଲିଗ୍ ଖେଳକୁ ଲୋକପ୍ରିୟ କରିବାରେ ସହାୟକ ହୋଇଛି। ଡାହାଣ: ଅଭ୍ୟାସ ପରେ ଖେଳାଳିମାନେ ବସି ଖେଳ ସଂପର୍କରେ ଆଲୋଚନା କରୁଛନ୍ତି

ଶୁଭମ୍ ମଧ୍ୟ ଏକ କୃଷି ପରିବାରରୁ ଆସିଛନ୍ତି। ସେ ୬ ବର୍ଷ ବୟସରୁ କବାଡ଼ି ଖେଳି ଆସୁଛନ୍ତି। “ମୋ ଗାଁର ପରିବେଶ ପ୍ରେରଣା ଯୋଗାଇଛି। ମୁଁ ଦୈନିକ ଏଠାକୁ ଆସି ଅତି କମ୍‌ରେ ଅଧ ଘଣ୍ଟା ଅଭ୍ୟାସ କରେ,” କହିଛନ୍ତି ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୨ ବର୍ଷ ବୟସର ବାଳକ। “ମୁଁ ପୁନେରୀ ପଲଟନ୍ (ପ୍ରୋ-କବାଡ଼ି ଲିଗ୍ ଦଳ)ର ଜଣେ ବଡ଼ ପ୍ରଶଂସକ। ମୁଁ ଆଶା ରଖିଛି ଭବିଷ୍ୟତରେ ଏହି ଦଳ ପାଇଁ ଖେଳିବି” ସେ କହିଛନ୍ତି।

ପଡ଼ୋଶୀ ଗାଁ ଭଣ୍ଡେଗାଁଓର ସୁଖଦେବାନନ୍ଦ ହାଇସ୍କୁଲରେ ଶୁଭମ୍ ଓ କାନବା ପାଠ ପଢ଼ନ୍ତି। କାନବା ଦଶମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କ ସହ ବେଦାନ୍ତ କୋର୍ଡେ ଓ ଆକାଶ କୋର୍ଡେ ଦୁଇ ଜଣ ପ୍ରଭାବଶାଳୀ ଆକ୍ରମଣାତ୍ମକ ଖେଳାଳି, ସେମାନେ ଗୋଟିଏ ଥରରେ ୪-୫ ଜଣ ଖେଳାଳିଙ୍କୁ ଆଉଟ୍ କରିପାରନ୍ତି।

ନବଲଗଭନରେ ଓଜନ ଆଧାରରେ ଟିମ୍ ଗଠନ ହୋଇଥାଏ। ୩୦ କେଜିରୁ କମ୍‌, ୫୦ କେଜିରୁ କମ୍‌ ଏବଂ ଓପନ୍ ଗ୍ରୁପ୍।

କୈଳାସ କୋର୍ଡେ ଓପନ୍ ଦଳର ଅଧିନାୟକ। ୨୬ ବର୍ଷୀୟ କୈଳାସ କୁହନ୍ତି, “ଆମେ ଆଜି ପର୍ଯ୍ୟନ୍ତ ଅନେକ ଟ୍ରଫି ଜିତିଛୁ।” ସେମାନେ ୨୦୨୪ରେ ମାତୃତ୍ୱ ସମ୍ମାନ କବାଡ଼ି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ୨୦୨୨ରେ ବସୁନ୍ଧରା ଫାଉଣ୍ଡେସନର କବାଡ଼ି ଚଶକ ଏବଂ ପୁଣିଥରେ ୨୦୨୩ରେ ଜିତିଥିଲେ। ସୁଖଦେବାନନ୍ଦ କବାଡ଼ି କ୍ରୀଡ଼ା ମଣ୍ଡଳ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ମଧ୍ୟ ସେମାନେ ଜିତିଛନ୍ତି।

“ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ମ୍ୟାଚ୍ ଅନୁଷ୍ଠିତ ହେବା ଏକ ବଡ଼ କଥା। ଲୋକମାନେ ଆମ ଖେଳ ଦେଖିବାକୁ ଆସିଥାନ୍ତି - ପଡ଼ୋଶୀ ଗାଁର ଦଳ ପ୍ରତିଯୋଗିତା କରିବାକୁ ଆସିଥାନ୍ତି। ଆମେ ମଧ୍ୟ ପୁରସ୍କୃତ ହେବା ସହ ନଗଦ ପୁରସ୍କାର ପାଉ।” ସେ ଅନୁଭବ କରନ୍ତି, ଆହୁରି ଅଧିକ ପ୍ରତିଯୋଗିତା ହେବା ଉଚିତ। ଏବେ ବର୍ଷକୁ ମାତ୍ର ଦୁଇ କିମ୍ବା ତିନିଟି ପ୍ରତିଯୋଗିତା ହେଉଛି। କୈଳାସ କୁହନ୍ତି, ଯୁବ ଖେଳାଳି ଅଧିକ ପ୍ରତିଯୋଗିତା ଆବଶ୍ୟକ କରୁଛନ୍ତି।

Left : Kailas Korde captains and trains the young men’s kabaddi group in Navalgavhan. Last year he attended a 10-day training session in Pune
PHOTO • Pooja Yeola
Right: Narayan Chavan trains young boys and is also preparing for police recruitment exams. He says playing kabaddi has helped him build stamina
PHOTO • Pooja Yeola

ବାମ: କୈଳାସ କୋର୍ଡେ ନବଲଗଭନର ଅଧିନାୟକ ଏବଂ ଯୁବ କବାଡ଼ି ଟିମ୍‌କୁ ସେ ପ୍ରଶିକ୍ଷଣ ଦେଇଥାନ୍ତି। ଗତବର୍ଷ ସେ ପୁନେରେ ଅନୁଷ୍ଠିତ ୧୦ ଦିନିଆ ତାଲିମ ଅଧିବେଶନରେ ଯୋଗ ଦେଇଥିଲେ। ଡାହାଣ: ନାରାୟଣ ଚଭନ ବାଳକମାନଙ୍କୁ ତାଲିମ ଦିଅନ୍ତି ଏବଂ ପୋଲିସ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ କୁହନ୍ତି, କବାଡ଼ି ଖେଳିବା ସାମର୍ଥ୍ୟ ସୃଷ୍ଟି କରିଥାଏ

କୈଳାସ ପୁଲିସ ବିଭାଗରେ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରତିଦିନ ସକାଳେ ୧୩ କିଲୋମିଟର ଯାତ୍ରା କରି ହିଙ୍ଗୋଲୀ ଯାଆନ୍ତି ଏବଂ ଏକ ଷ୍ଟଡି ରୁମ୍‌ରେ ଦୁଇ ଘଣ୍ଟା ପାଠ ପଢ଼ନ୍ତି। ତା’ପରେ ଖେଳ ପଡ଼ିଆ ଯାଇ ବ୍ୟାୟାମ କରନ୍ତି ଏବଂ ଶାରୀରିକ ତାଲିମ ନିଅନ୍ତି। ଖେଳ, ବ୍ୟାୟାମ ଓ ପାଠ ପଢ଼ା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନେକ ଯୁବ ଛାତ୍ରଙ୍କୁ ପ୍ରେରଣା ଦେଇଛି।

ନାରାୟଣ ଚଭନ କୁହନ୍ତି, “ନବଲଗଭନ କିମ୍ବା ସତମ୍ବା, ଭାଣ୍ଡେଗାଁଓ ଏବଂ ଇଞ୍ଚା ପରି ଆଖପାଖ ଗାଁର ଅନେକ ଯୁବକଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ କବାଡ଼ି ସାହାଯ୍ୟ କରିଛି। କୈଳାସଙ୍କ ପରି ଏହି ୨୧ ବର୍ଷୀୟ ମଧ୍ୟ ପୁଲିସ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ କବାଡ଼ି ତାଙ୍କର ଶାରୀରିକ ତାଲିମ ଓ ସାମର୍ଥ୍ୟରେ ସହାୟକ ହେଉଛି। ଆମେ କବାଡ଼ିକୁ ଭଲ ପାଉ। ପିଲାବେଳୁ ଆମେ ଏହା ଖେଳିଛୁ।”

ହିଙ୍ଗୋଲୀର ଅନେକ ଛୋଟ ସହରରେ ପ୍ରତିବର୍ଷ ବିଭିନ୍ନ ବୟସ ବର୍ଗ ପାଇଁ କବାଡ଼ି ପ୍ରତିଯୋଗିତା ହେଉଛି। ଶ୍ରୀପତରାଓ କାଟକର ଫାଉଣ୍ଡେସନ୍ ଦ୍ୱାରା ଏଗୁଡ଼ିକ ଆୟୋଜିତ ହେଉଛି ଏବଂ ଏହାକୁ ‘ମାତୃତ୍ୱ ସମ୍ମାନ କବାଡ଼ି ପ୍ରତିଯୋଗିତା’ କୁହାଯାଉଛି। କବାଡ଼ି ପ୍ରଶିକ୍ଷକମାନଙ୍କ ତାଲିମ ସହିତ ଏହି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାନ୍ତି କାଟକର ଫାଉଣ୍ଡେସନର ପ୍ରତିଷ୍ଠାତା ସଞ୍ଜୟ କାଟକର। ଫାଉଣ୍ଡେସନର ଉଦ୍ଦେଶ୍ୟ ହେଉଛି, ଗ୍ରାମୀଣ ସମୁଦାୟ ସହ ମିଶି ସ୍ଥାନୀୟ ବାଣିଜ୍ୟ ଓ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘ ମିଆଦୀ ସୂତ୍ରରେ ଦାଦନ ରୋକିବା। ହିଙ୍ଗୋଲୀ ଜିଲ୍ଲାର ସମସ୍ତ ତାଲୁକରେ କବାଡ଼ି ଟୁର୍ଣ୍ଣାମେଣ୍ଟ ପାଇଁ ସେମାନେ ବେଶ୍ ଜଣାଶୁଣା।

୨୦୨୩ରେ ପୁନେରେ ଅନୁଷ୍ଠିତ ଏଭଳି ଏକ ୧୦ ଦିନିଆ ପ୍ରଶିକ୍ଷଣରେ ଭାଗ ନେଇଥିଲେ ବିଜୟ କୋର୍ଡେ ଓ କୌଳାସ କୋର୍ଡେ। ଆଜି ସେମାନେ ନବଲଗଭନରେ ପିଲା ଓ ଯୁବକଙ୍କୁ ତାଲିମ ଦିଅନ୍ତି। ବିଜୟ କୁହନ୍ତି, ‘‘ପିଲାଦିନରୁ ମୁଁ ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲି ଏବଂ ସବୁବେଳେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଛି। ମୁଁ ଚାହେଁ, ଏହି ଯୁବକମାନେ ଭଲ ପ୍ରଶିକ୍ଷଣ ନିଅନ୍ତୁ ଓ ଭଲ ଖେଳନ୍ତୁ।

Left: The zilla parishad school grounds in Navalgavhan where young and old come every evening.
PHOTO • Pooja Yeola
Right: Boys in Blue ready to play!
PHOTO • Pooja Yeola

ବାମ: ନବଲଗଭନର ଜିଲ୍ଲା ପରିଷଦ ସ୍କୁଲ ପଡ଼ିଆ ଯେଉଁଠି ଯୁବକ ଓ ବୟସ୍କ ପ୍ରତ୍ୟେକ ସନ୍ଧ୍ୟାରେ ଆସନ୍ତି। ଡାହାଣ: ଖେଳିବା ପାଇଁ ନୀଳ ରଙ୍ଗର ବାଳକ ପ୍ରସ୍ତୁତ!

ସେ ଅନୁଭବ କରନ୍ତି ଯେ ଏଠାରେ ପିଲାମାନଙ୍କର ବହୁତ ସମ୍ଭାବନା ରହିଛି ଏବଂ ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିପାରିବେ। କିନ୍ତୁ ସବୁ ପାଣିପାଗ ଅନୁକୂଳ ଖେଳ ପଡ଼ିଆ ଭଳି ସୁବିଧା ନାହିଁ। ବିଜୟ କୁହନ୍ତି, “ବର୍ଷା ହେଲେ ଆମେ ଅଭ୍ୟାସ କରିପାରିବୁ ନାହିଁ।”

ବେଦାନ୍ତ ଓ ନାରାୟଣ ବି ସେମାନଙ୍କ ସମସ୍ୟା ସଂପର୍କରେ କୁହନ୍ତି। ସେମାନେ କହିଛନ୍ତି, “ଅନ୍ୟ ଖେଳାଳିଙ୍କ ପରି ଆମର ଗ୍ରାଉଣ୍ଡ ନାହିଁ, ଯଦି ଆମେ ମଧ୍ୟ ମ୍ୟାଟ୍ ଉପରେ ପ୍ରଶିକ୍ଷଣ ନେଇପାରନ୍ତୁ, ଆମେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବୁ।”

ନବଲଗଭନର କବାଡ଼ି ପରମ୍ପରାରେ ଯଦିଓ ଝିଅମାନେ ପର୍ଯ୍ୟାପ୍ତ ସୁଯୋଗ ପାଇନାହାନ୍ତି। ଗାଁର ଅନେକ ବିଦ୍ୟାଳୟସ୍ତରରେ ଖେଳନ୍ତି, କିନ୍ତୁ କୌଣସି ସୁବିଧା, ଏପରିକି ଜଣେ ପ୍ରଶିକ୍ଷକ ପାଇନାହାନ୍ତି।

*****

କବାଡ଼ି ଭଳି ଯେକୌଣସି ଆଉଟ୍‌ଡୋର ଖେଳରେ ମଧ୍ୟ କିଛି ଆହ୍ୱାନ ରହିଛି। ପବନ କୋର୍ଡେ ଏହାକୁ ବହୁତ ଭଲ ଭାବରେ ଜାଣନ୍ତି।

ଗତ ବର୍ଷ ହୋଲି ଦିନ ନବଲଗଭନରେ ମ୍ୟାଚ୍ ଅନଷ୍ଠିତ ହୋଇଥିଲା। ଖେଳ ଦେଖିବା ପାଇଁ ପୂରା ଗାଁ ଏକାଠି ହୋଇଥିଲା। ପବନ କୋର୍ଡେ ୫୦ କିଲୋରୁ କମ୍‌ ବର୍ଗରେ ଖେଳୁଥିଲେ। ପବନ କୁହନ୍ତି, “ମୁଁ ପ୍ରତିପକ୍ଷଙ୍କ କ୍ଷେତ୍ରରେ ପ୍ରବେଶ କିଛି ଖେଳାଳିଙ୍କୁ ଆଉଟ୍ କରି ଦେଇଥିଲି। ମୁଁ ଯେତେବେଳେ ମୋ ବେସ୍‌କୁ ଫେରୁଥିଲି, ହଠାତ୍ ଭାରସାମ୍ୟ ହରାଇ ପଛୁଆ ପଡ଼ିଗଲି।” ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

Left: Kabaddi player Pa w an Korde suffered a severe injury to his back during a match. After six months he is finally able to walk and run slowly.
PHOTO • Pooja Yeola
Right: Unable to sustain himself, Vikas Korde stopped playing and purchased a second-hand tempo to transport farm produce from his village to the market in Hingoli
PHOTO • Pooja Yeola

ବାମ: ଏକ ମ୍ୟାଚରେ କବାଡ଼ି ଖେଳାଳି ପବନ କୋର୍ଡେ ତାଙ୍କ ପିଠିରେ ଗଭୀର ଆଘାତ ପାଇଥିଲେ। ୬ ମାସ ପରେ ସେ ଚାଲିବାକୁ ସକ୍ଷମ ହୋଇଥିଲେ ଓ ଧୀରେ ଧୀରେ ଦୌଡ଼ି ପାରିଥିଲେ। ଡାହଣ: ନିଜ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେବାରୁ ବିକାଶ କୋର୍ଡେ ଖେଳିବା ବନ୍ଦ କରିଦେଲେ ଏବଂ ପୁରୁଣା ଟେମ୍ପୋ କିଣି ତାଙ୍କ ଗାଁରୁ ହିଙ୍ଗୋଲୀ ବଜାରକୁ କୃଷି ଉତ୍ପାଦ ପରିବହନ କଲେ

ଯଦିଓ ତାଙ୍କୁ ତୁରନ୍ତ ହିଙ୍ଗୋଲୀ ନିଆଯାଇଥିଲା, ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ତାଙ୍କୁ ନନ୍ଦେଡ଼ର ଏକ ଡାକ୍ତରଖାନାକୁ ପଠାଯାଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିଲା, କିନ୍ତୁ ସେ ପୂର୍ବଭଳି ଖେଳି ପାରିବେ ନାହିଁ ବୋଲି ଡାକ୍ତରମାନେ ସତର୍କ କରିଛନ୍ତି। “ଆମେ ଏହା ଶୁଣିବା ପରେ ବିବ୍ରତ ହୋଇଗଲୁ,” ସେ କୁହନ୍ତି। କିନ୍ତୁ ସେ ହାର୍ ମାନିନଥିଲେ। ଅସ୍ତ୍ରୋପଚାରରୁ ସୁସ୍ଥ ହେବା ପରେ ପବନ ତାଲିମ ନେବା ଆରମ୍ଭ କରିଥିଲେ। ଆଉ ୬ ମାସ ପରେ ସେ ଚାଲିବା ଓ ଦୌଡ଼ିବା ଆରମ୍ଭ କଲେ। ପବନଙ୍କ ବାପା କୁହନ୍ତି, “ସେ ପୁଲିସ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଚାହାଁନ୍ତି।”

ତାଙ୍କର ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ କାଟକର୍ ଫାଉଣ୍ଡେସନ ବହନ କରିଥିଲା।

ଯଦିଓ କବାଡ଼ି ପାଇଁ ନବଲଗଭନ ଗର୍ବିତ, କିନ୍ତୁ ସମସ୍ତେ ଏହାକୁ ଆପଣାଇ ପାରନ୍ତି ନାହିଁ। ବିକାଶ କୋର୍ଡେଙ୍କୁ ଖେଳ ଛାଡ଼ିବାକୁ ପଡ଼ିଲା, କାରଣ ବଞ୍ଚିବା ପାଇଁ ତାଙ୍କୁ ରୋଜଗାର କରିବା ଆବଶ୍ୟକ ଥିଲା। ଏହି ୨୨ ବର୍ଷୀୟ ଯୁବକ କୁହନ୍ତି, “ମୁଁ କବାଡ଼ି ଖେଳିବାକୁ ଭଲ ପାଏ, କିନ୍ତୁ ଆର୍ଥିକ ସଙ୍କଟ ଓ ଚାଷ କାମ ପାଇଁ ଉଭୟ ପାଠପଢ଼ା ଓ ଖେଳ ଛାଡ଼ିବାକୁ ପଡ଼ିଲା। ବିକାଶ ଗତବର୍ଷ ଏକ ଟେମ୍ପୋ କିଣିଥିଲେ। ସେ କୁହନ୍ତି, “ମୁଁ କ୍ଷେତ ଉତ୍ପାଦ (କଦଳୀ, ସୋୟାବିନ୍ ଓ ତାଜା ଉତ୍ପାଦନ) ମୋ ଗାଁରୁ ହିଙ୍ଗୋଲୀକୁ ପରିବହନ କରେ ଓ କିଛି ଟଙ୍କା ରୋଜଗାର କରେ।

‘କବାଡ଼ିଚା ଗାଁ’ ଭାବେ ପରିଚିତ ହେବାକୁ ନବଲଗଭନ ଚାହେଁ, ଗୋଟିଏ ଗାଁ ଯିଏ କବାଡ଼ି ପାଇଁ ଜଣାଶୁଣା। ଏଠାକାର ଯୁବବର୍ଗଙ୍କ ପାଇଁ, “କବାଡ଼ି ହେଉଛି ମୂଳ ଲକ୍ଷ୍ୟ!”

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Pooja Yeola

Pooja Yeola is a student of journalism at Chhatrapati Sambhajinagar in Maharashtra.

Other stories by Pooja Yeola
Editor : Medha Kale

Medha Kale is based in Pune and has worked in the field of women and health. She is the Marathi Translations Editor at the People’s Archive of Rural India.

Other stories by Medha Kale
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE